Academic Department

ODIA

Academic Leadership & Faculty

Meet our distinguished professors, researchers, and educators

7 Faculty Members

Head of Department (HOD)

SANGITA NETAM
HOD
Head of Department
@SANGITANETAM

SANGITA NETAM

Department Faculty & Teaching Staff

6 Teachers
SANGITA NETAM
Faculty / Lecturer
@SANGITANETAM

SANGITA NETAM

SAGARIKA PANDA
Faculty / Lecturer
@pandasagarika

SAGARIKA PANDA

HARI BANDHU HANS
Faculty / Lecturer
@HARIBANDHUHANS

HARI BANDHU HANS

RAMAKANTA SINGH SAHANI
Faculty / Lecturer
@RAMAKANRASINGHSAHANI

RAMAKANTA SINGH SAHANI

Dr. MAHADEV BHOI
Faculty / Lecturer
@MAHADEVBHOI

Dr. MAHADEV BHOI

BRAJA MOHAN MEHER
Faculty / Lecturer
@brajamohanmeher

BRAJA MOHAN MEHER

About Department

ଆମ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ହେଉଛି କଳା ସଂସ୍କୃତିର ଏକ ସମୃଦ୍ଧ ଓ ସଂଗଠିତ ବିଭାଗ । ଯେଉଁ ବିଭାଗରେ ବର୍ତ୍ତମାନ ୭ ଜଣ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟରତ । ବର୍ତ୍ତମାନ ସମୟର ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ତତ୍ତ୍ଵମୂଳକ ଆଲୋଚନାମାନ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇବା ସହିତ ତିନିଗୋଟି ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇବା ଅପେକ୍ଷାରେ, ଏଥି ସହିତ ଡକ୍ଟର ପ୍ରଧାନ ମାଆ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଗବେଷଣା ତତ୍ତ୍ଵାବଧାରକ ଭାବରେ କାର୍ଯ୍ୟରତ । ଅଧ୍ୟାପିକା ସଂଗୀତ ନେତମଙ୍କ ବିଭିନ୍ନ ଆଲୋଚନାମାନ ବିଭିନ୍ନ ପତ୍ର ପତ୍ରିକାରେ ପକାଶ ପାଇବା ସହିତ ତାଙ୍କର ଗବେଷଣା କାର୍ଯ୍ୟ ଜାରି ରହିଛି । ଅଧ୍ୟାପିକା ଡକ୍ଟର କାଜଲ ମେହେର ୨୦୨୫ ମସିହାରେ ପି.ଏଚ.ଡ଼ି ଡିଗ୍ରୀ ଲାଭ କରିବା ସହିତ ତାଙ୍କର ଗବେଷଣା ଧର୍ମୀ ପ୍ରବନ୍ଧମାନ ବିଭିନ୍ନ ପତ୍ରିକାରେ ପ୍ରକାଶ ପଉଅଛି । ଆଧ୍ୟାପିକା ସାଗରୀକା ପଣ୍ଡା ଗୋଟିଏ ପତ୍ରିକାର ସମ୍ପାଦକ କାର୍ଯ୍ୟ କରିବା ସହିତ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ଓ କବିତା ପାଠକେ ମହଲରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ଅଧ୍ୟାପକ ହରିବନ୍ଧୁ ହଂସ ମଧ୍ୟ ଆପଣାର ଗବେଷଣା କାର୍ଯ୍ୟରତ । ସେହିପରି ବିଭାଗର ଅନ୍ୟତମ ଅଧ୍ୟାପକ ଶ୍ରୀ ରମାକାନ୍ତ ସିଂହ ସାହାଣୀ ଦୁଇଗୋଟି ପତ୍ରିକାର ସମ୍ପାଦନା କାର୍ଯ୍ୟ କରିବା ସହିତ ବହୁ ଗବେଷଣା ମୂଳକ ପ୍ରବନ୍ଧ ଓ କାବ୍ୟ କବିତା ରଚନା କରି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । ଅନ୍ୟତମ ଅଧ୍ୟାପକ ଡକ୍ଟର ମହାଦେବ ଭୋଇଙ୍କର ବିଭିନ୍ନ ଆଲୋଚନାମାନ ବିଭିନ୍ନ ପତ୍ର ପତ୍ରିକାରେ ପକାଶ ପାଉଅଛି । ଏଥି ସହିତ ବିଭାଗ ଦ୍ବାରା ବର୍ଷର ବିଭିନ୍ନ ସମୟରେ ଆଲୋଚନା ଚକ୍ର ହେବା ସହ ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଦ୍ବାରା ସାପ୍ତାହିକ ପାଠଚକ୍ର ଅନୁଷ୍ଠିତ । ଏହା ବ୍ୟତୀତ ବିଭିନ୍ନ ସାରସ୍ଵତ ସାଧକଙ୍କ ଜନ୍ମ ଜୟନ୍ତ୍ରୀ ପାଳନ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଛାତ୍ର ଛାତ୍ରୀମାନେ ଜିଲ୍ଲାସ୍ତର, ରାଜ୍ୟସ୍ତରରେ ବକ୍ତୃତା, ପ୍ରବନ୍ଧ ଲିଖନରେ ସଫଳତା ଅର୍ଜନ କରିବା ସହିତ ଉଚ୍ଚ ପ୍ରଶଂସିତ ଓ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।

Vision & Mission

ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୌଳିକ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କୁ ଦକ୍ଷ ଓ ପ୍ରଜ୍ଞାଦୀପ୍ତ କରାଇବା ତଥା ବିଶ୍ଵ ଦରବାରରେ ଓଡ଼ିଶାର ଶିକ୍ଷା, ସଂସ୍କୃତି, କଳା ଏବଂ ଭାସ୍କର୍ଯ୍ୟକୁ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବା । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଶିକ୍ଷାର ବିକାଶ ହେବ । କାରଣ ଶିକ୍ଷା ହିଁ ଜୀବନର ଚାବିକାଠି I ଦିବ୍ୟ ଭାବନା ଶୁଦ୍ଧ କାମନା କାର୍ଯ୍ୟର ଆଧାର ଆମ ନିତ୍ୟ ସାଧନା ।

Achievements

ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଶୃଙ୍ଖଳିତ ଶିକ୍ଷା ପ୍ରଦାନ ବଳରେ ବିଭାଗର ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଥାନରେ ସଫଳତା ଅର୍ଜନ କରିବା ସହିତ ଓଡ଼ିଶା ତଥା ଓଡ଼ିଶା ବାହରେ ବହୁ ସୁନାମଧନ୍ୟ ବିଶ୍ଵ ବିଦ୍ୟାଳୟମାନଙ୍କରେ ଅଧ୍ୟୟନ ରତ । ସେମାନଙ୍କ ମଧ୍ୟରୁ ଅନେକ ଛାତ୍ର ଛାତ୍ରୀମାନେ ବର୍ତ୍ତମାନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସ୍କୁଲ୍ , କଲେଜ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କରେ ନିଯୁକ୍ତି ପ୍ରାପ୍ତ ହୋଇ ସାରିଛନ୍ତି ।

Quick Information

HOD Office

SANGITA NETAM

Faculty Size

6 Professional Members

Get In Touch

Have questions about ODIA? Our dedicated counselors are here to help you.

Office Hours

Mon - Sat: 9:00 AM - 4:00 PM